ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ

ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ

ବିଧାନସଭା ବଜେଟ ଅଧିବେସନର ଆଜି ଚତୁର୍ଥ ଦିନ । ଚତୁର୍ତ ଦିନରେ ବି ସରଗରମ ରହିପାରେ ଗୃହ । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିପାରନ୍ତି ବିରୋଧି ଏବଂ ଶାସକ ଦଳର ସଦସ୍ୟମାନେ ।ଗତକାଲି ବିରୋଧି ବିଜେପି ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଥିଲା ଓ ଶାସକ ଦଳର ସଦସ୍ୟ ପରୀ ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଥିଲେ । ଗୃହରେ ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କ ନାରାବାଜି ଯୋଗୁଁ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଅନ୍ୟପଟେ ବିଧାନସଭାରେ ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବିଜେଟ୍ ।

author

Related Articles

Leave a Reply

Your email address will not be published. Required fields are marked *