ଆସନ୍ତା 11 ଓ 12 ତାରିଖରେ ପ୍ରବଳ ବର୍ଷା

ଆସନ୍ତା 11 ଓ 12 ତାରିଖରେ ପ୍ରବଳ ବର୍ଷା

ରାଜ୍ୟବାସୀଙ୍କୁ ମିଳିବ ଟିକିଏ ଆଶ୍ୱସ୍ତି । ଗତ କିଛିଦିନ ହେବ ରାଜ୍ୟରେ ପ୍ରବଳ ଖରା ଜାରି ରହିଛି । ମାଘ ମାସରୁ ଲୋକେ ଗ୍ରୀଷ୍ମ ପ୍ରବାହକୁ ଅନୁଭୂତ କଲେଣି । ଆଗକୁ ବର୍ଷା ଆଶାଙ୍କା ରହିଛି । ଆସନ୍ତା ୧୧ ଓ ୧୨ ତାରିଖରେ ରାଜ୍ୟ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୧ ତାରିଖରେ ୧୩ଟି ଜିଲ୍ଲା ଓ ୧୨ ତାରିଖରେ ୯ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ତେଣୁ ଆସନ୍ତା ୨ଦିନ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଏହାପରେ ପୁଣି ତାପମାତ୍ରା ବଢିବ ।

author

Related Articles

Leave a Reply

Your email address will not be published. Required fields are marked *