ବିଜେଡି ଛାଡିଲେ ତେଲେକାଇ ବିଧାୟକ

ବିଜେଡି ଛାଡିଲେ ତେଲେକାଇ ବିଧାୟକ

ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳକୁ ଗୋଟିଏ ପରେ ଗୋଟିଏ ଝଟକା । ବିଜେଡିରୁ ଇସ୍ତଫା ଦେଲେ ତେଲେକାଇ ବିଧାୟକ ପ୍ରେମାନନ୍ଦ ନାୟକ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ ।ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରେମାନନ୍ଦ ଅନ୍ୟ କୌଣସି ଦଳରେ ସାମିଲ ହେବେ କି? ଯଦି ସାମିଲ ହେବେ ତେବେ କେଉଁ ଦଳରେ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି । ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି ପ୍ରେମାନନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *