ଗୋପାଳପୁରରେ ବିଜେଡି ପ୍ରାର୍ଥୀ ହେବେ ବିକ୍ରମ ପଣ୍ଡା !

ଗୋପାଳପୁରରେ ବିଜେଡି ପ୍ରାର୍ଥୀ ହେବେ ବିକ୍ରମ ପଣ୍ଡା !

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏବେ ଗୋପାଳପୁର ଦାୟିତ୍ୱ ବୁଝୁଛନ୍ତି । ତାଙ୍କୁ ଦଳର ସଙ୍ଗଠନ ଦାୟିତ୍ୱ ବୁଝିବାକୁ କୁହାଯାଇଛି । ତେଣୁ ବିକ୍ରମ ପଣ୍ଡା ଗୋପାଳପୁରରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି । ଗୋପାଳପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବିକ୍ରମ ପଣ୍ଡା । ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଗୋପାଳପୁରରେ ବିଧାୟକ ପାଣ୍ଠି ଖର୍ଚ୍ଚ ହୋଇପାରୁନଥିଲା । ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ଥିଲା । ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯିବା ପରେ ସ୍ଥିତିରେ ସୁଧାର ଆସିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ବିଜେଡିରେ ଥିଲେ । ଦୁର୍ନୀତି ଅଭିଯୋଗ ଆସିବା ପରେ ଦଳରୁ ତାଙ୍କୁ ବହିଷ୍କୃତ କରିଥିଲେ ବିଜେଡି ସୁପ୍ରିମୋ ।

author

Related Articles

Leave a Reply

Your email address will not be published. Required fields are marked *