ନୂଆ ରୂପରେ ଝଲସିବ ବାଲେଶ୍ୱର ଷ୍ଟେସନ

ନୂଆ ରୂପରେ ଝଲସିବ ବାଲେଶ୍ୱର ଷ୍ଟେସନ

ନୂଆ ରୂପ ପାଇବ ବାଲେଶ୍ୱର ରେଳ ଷ୍ଟେସନ । ଷ୍ଟେସନର ନବକଳେବର କରାଯିବ । ଉନ୍ନତମାନର ରେଳସେବା ପାଇବେ ଯାତ୍ରୀ । ଜର୍ମାନ ଓ ଜାପାନ ଭଳି ବିଶ୍ୱସ୍ତରୀୟ ଢାଞ୍ଚାରେ ରେଳ ଷ୍ଟେସନ ନିର୍ମାଣ ଲାଗି ୧୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅର୍ଥ ମଞ୍ଜୁର କରିଥିବା ବେଳେ ଓଡିଶାର କଳାକୃତିରେ ରେଳ ଷ୍ଟେସନ ଝଲସିବ ବୋଲି ସୂଚନା ମିଳିଛି । ଷ୍ଟେସନ ଆଗରେ ଶୋଭା ପାଇବ କୋଣାର୍କ ଚକ୍ର, ଉପରେ ଝଲସିବ ପୁରୀ ଶ୍ରୀ ମନ୍ଦିରର ଶିଖର। ଷ୍ଟେସନରେ ଦେଖିବାକୁ ମିଳିବ ଓଡିଶାର ଐତିହ୍ୟ ଓ କଳା ସଂସ୍କୃତିର ଝଲକ। ତା ସହ ଦେଖିବାକୁ ମିଳିବ ସଉରା ଆଦିବାସୀଙ୍କ ଚିତ୍ରକଳା। ଏଥିଲାଗି ଖର୍ଚ୍ଚ ହେବ ୧୯୭ କୋଟି ଟଙ୍କା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି। ଇଂରେଜ ଅମଳରେ ନିର୍ମାଣ ହୋଇଥିବା ଏହି ଷ୍ଟେସନ ଏବେ ବିକଶିତ ହେବାକୁ ଯାଉଥିବା ବେଳେ ଏ ନେଇ ବାଲେଶ୍ୱରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

author

Related Articles

Leave a Reply

Your email address will not be published. Required fields are marked *