ରାଜଧାନୀରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗୀତା

ରାଜଧାନୀରେ ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ ପ୍ରତିଯୋଗୀତା

ଓଡିଶାରେ ପ୍ରଥମଥର ପାଇଁ ରେଡ୍ କାର୍ପେଟରେ ଚାଲିଲେ ଟ୍ରାନ୍ସ ମେନ ଓ ଟ୍ରାନ୍ସ ଉମେନ । ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଟ୍ରାନ୍ସ କୁଇନ ଓ ଟ୍ରାନ୍ସ ହ୍ୟାଣ୍ଡସମ୍ ପ୍ରତିଯୋଗୀତା । ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଟ୍ରାନ୍ସ ଜେଣ୍ଡର ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ୫୦ ଜଣ ଟ୍ରାନ୍ସ ଜେଣ୍ଡର ମାନଙ୍କ ମଧ୍ୟରୁ ବ୍ଲାକ କୁଇନ ଜେନା ଟ୍ରାନ୍ସ କୁଇନ ୨୦୨୪ ଓ ସୁମିତ ବେହେରା ଟ୍ରାନ୍ସ ହ୍ୟାଣ୍ଡସମ ର ମୁକୁଟ ପିନ୍ଧିଛନ୍ତି ।


ଟ୍ରାନ୍ସଜେଣ୍ଡର ବା କିନ୍ନରମାନେ ସମାଜରେ ସବୁବେଳେ ଅବହେଳିତ ହୋଇ ଆସିଛନ୍ତି । ସେମାନଙ୍କ ସମସ୍ୟାକୁ ଅନେକ କ୍ଷେତ୍ରରେ ଅଣଦେଖା କରାଯାଇଛି । କିନ୍ତୁ ଏବେ ସମୟ ବଦଳିଛି । ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ କରି ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଭରପୁର ପ୍ରୟାସ ହେଉଛି । ଏହାରି ଭିତରେ ଏବେ ରୁଚିକା ସମାଜ ମଙ୍ଗଳ ସଂଗଠନ ଏହି ପ୍ରୟାସ ଆରମ୍ଭ କରିଛି । ଏହା ମାଧ୍ୟମରେ ଟ୍ରାନ୍ସ ଜେଣ୍ଡର ଭାଇ ଭଉଣୀମାନଙ୍କ ଅଧିକାରକୁ ସ୍ୱୀକୃତି ମିଳିପାରିବ ବୋଲି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପୋଲିସ ଶାଖାର ଇନିସ୍ପେକଟର ଜେନେରାଲ ଶ୍ରୀମତୀ ଏସ. ସାଇନି ମତବ୍ୟକ୍ତ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *