ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ପ୍ରାର୍ଥୀ । ଗତକାଲି ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିାଙ୍କ ନାଁ ଘୋଷଣା କରାଯାଇଛି । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦେବାଶିଷ ସାମନ୍ତରାୟ ତିନି ଥର ବିଧାୟକ ହୋଇଛନ୍ତି । ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ଈଔଊ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ଈଔଊ ରାଜ୍ୟସଭା ପ୍ରାର୍ଥୀ କରିଛି । ସେ ରାଜ୍ୟ ଯୁବ ଈଔଊ ଉପସଭାପତି ଅଛନ୍ତି । ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ୟ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି । ଏହି ୩ ଆସନ ପାଇଁ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବ । ଗତକାଲି ଦୁଇ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବେ, ତାକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ । ତେବେ ଉଭୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଧାନସଭାରେ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି ।
You can share this post!
author