ଓଡିଶାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ

ଓଡିଶାରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ

ବିଜେପି ଫୋକସରେ ଲୋକସଭା ଆସନ । ସାଧାରଣ ନିର୍ବାଚନକୁ ମାସ ଦୁଇଟା ବାକିଥିବା ବେଳେ ଓଡିଶା ମୁହାଁ ହେଉଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ଶିବରାଜ । ଏହାପରେ ଶିବରାଜ ଚୌହ୍ୱାନ ସନ୍ଧ୍ୟାରେ ମା ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଏହାପରେ ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ । କଟକର ଅଧିଷ୍ଠାତ୍ରୀ ଦେବା ମା କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ଶିବରାଜ ସିଂ ଚୌହ୍ୱାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ରହିଛି । ସେହିପରି ଆସନ୍ତା ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ପୁରୀ ସଂସଦୀୟ କ୍ଷେତ୍ରକୁ ଆସିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବେ ।

author

Related Articles

Leave a Reply

Your email address will not be published. Required fields are marked *