+୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି

+୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି

କଲେଜ୍ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖନ୍ନ୍‌୍‌ରୀ ନବୀନ ପଟ୍ଟନାୟକ । +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ନେଇ ଘୋଷଣା ହୋଇଛି । କଲେଜର ୯୫ ପ୍ରତିଶତ ଋ୩ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ । ଛଆତ୍ରୀମାନଙ୍କୁ ୧୦ ହଜାର ଏବଂ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ମିଳିବ । ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ । ସେହିଭଳି ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବେ । ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ । ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ । ସରକାରୀ କର୍ମଚାରୀ ଓ ଆୟକର ଭରୁଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବନି । ଏହାବାଦ୍ ଛାତ୍ରବୃତ୍ତି ସହ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ । ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ରଖିଛନ୍ତି । ତେଣୁ କଲେଜରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଲେ କିଛି ପଏଣ୍ଟ ପାଇବେ ଛାତ୍ରଛାତ୍ରୀ । ଅଧିକ ପଏଣ୍ଟ ପାଇଲେ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କର ଏହା ଐତିହାସିକ ନିଷ୍ପତ୍ତି ବୋଲି କହିଲେ ଭି.କେ ପାଣ୍ଡିଆନ ।

author

Related Articles

Leave a Reply

Your email address will not be published. Required fields are marked *