ଫୁଲ ଧରିଲେ କଂଗ୍ରେସର ତୁଙ୍ଗ ନେତା ଅଶୋକ ଚୌହାନ

ଫୁଲ ଧରିଲେ କଂଗ୍ରେସର ତୁଙ୍ଗ ନେତା ଅଶୋକ ଚୌହାନ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳୁଛି ଗୋଟିଏ ପରେ ଗୋଟିଏ ଝଟକା । କଂଗ୍ରେସ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି କଂଗ୍ରେସର ଅନେକ ନେତା । ଏହି କ୍ରମରେ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମୁମ୍ବାଇ ଦଳୀୟ କାର‌୍ୟ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ। ଅଶୋକ ଚୌହାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେହି ସମୟ ସେ ବିଜେପିରେ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲା। ବିଜେପିରୁ ଅଶୋକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି। ସେହିଭଳି ଅଶୋକଙ୍କ ସହ କଂଗ୍ରେସର କିଛି ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

author

Related Articles

Leave a Reply

Your email address will not be published. Required fields are marked *