ଓଡିଶାରେ ଅସୁରକ୍ଷିତ ମହିଳା !

ଓଡିଶାରେ ଅସୁରକ୍ଷିତ ମହିଳା !

ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଓଡିଶା ଆସି ଓଡିଶା ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା ଶିବରାଜ ସିଂ ଚୌହାନ । ଓଡ଼ିଶା ଗସ୍ତରେ ଆସିଥିବା ଶିବରାଜ ରାଜ୍ୟରେ ଆଉଟ ସୋର୍ସିଙ୍ଗ ସରକାର ଚାଲିଥିବା କହି ସମାଲୋଚନା କରିଛନ୍ତି । ସେହିପରି ଓଡ଼ିଶାରେ ବିଜେପି ଜିତିବ ବୋଲି ସେ ଦମ୍ଭୋକ୍ତି ବାଢିଛନ୍ତି । ଏଠାରେ ମହିଳା ମାନେ ଅସୁରକ୍ଷିତ ଏବଂ ବେଲଗାମ ଅଧିକାରୀ ମାନେ ଓଡ଼ିଶାକୁ ଭ୍ରଷ୍ଟାଚାରରେ ଫସାଇଥିବା ଅଭିଯୋଗ ଆଣି ବର୍ଷିଛନ୍ତି । ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯାଉନଥିବା ସେ କହିଛନ୍ତି । ଓଡ଼ିଶାରେ ୮୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *