ଟିକେଟ୍ ଚକ୍ରବ୍ୟୁହରେ ବିଜେଡି !

ଟିକେଟ୍ ଚକ୍ରବ୍ୟୁହରେ ବିଜେଡି !

ଆଉ ଅଳ୍ପ ଦିନ ପରେ ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ବିଶେଷ କରି କ୍ଷମତାସୀନ ବିଜେଡିର ଦଳୀୟ ରାଜନୀତିକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । କାରଣ ନିମାପଡା ଆସନରୁ ଏଥର ନିବାଚନ ପାଇଁ ଜଣେ କି ଦୁଇ ଜଣ ନୁହେଁ ବରଂ ଚାରି ଚାରି ଜଣ ବିଜେଡି କର୍ମୀ ଓ ନେତା ଚାତକ ଭଳି ଚାହିଁ ବସିଛନ୍ତି । ଏହି ଆସନରୁ ୩ ଥର ଲଗାତାର ବିଧାୟକ ହୋଇଥିବା ସମୀର ଦାସ ଟିକେଟ୍ ପାଇଁ ଲାଇନରେ ଥିବା ଆଶାୟୀଙ୍କ ଲିଷ୍ଟରେ ଶୀର୍ଷରେ ରହିଛନ୍ତି । ଦେଢ ବର୍ଷ ପୂର୍ବରୁ ଶ୍ରୀ ଦାସ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିବା ପରେ ମଧ୍ୟ ଚତୁର୍ଥ ଥର ନିର୍ବାଚିତ ହେବା ପାଇଁ ଆଶା ରଖିଛନ୍ତି । ଅପରପକ୍ଷେ ବିଜେଡିରେ ନୂଆ କରି ଯୋଗ ଦେଇଥିବା ସୁବ୍ରତ ଛାଟୋଇ ଏହି ଆସନରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିମାପଡାର ଗଡତୋରିହଁ ଗାଁର ରଣଜିତ ରାୟଙ୍କୁ ରାୟଗଡା ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସେ ବି ଟିକେଟ୍ ଆଶାରେ ଅଛନ୍ତି । ବିଜେଡି ନେତା ସତ୍ୟବ୍ରତ ପାତ୍ର ମଧ୍ୟ ବିଜେଡି ଟିକେଟ୍ ପାଇଁ ଚାତକ ଭଳି ଚାହିଁ ବସିଛନ୍ତି । ତେବେ ଏହି ଆସନ ପାଇଁ କଂଗ୍ରେସର ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଲଢିବା ସ୍ପଷ୍ଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କିଏ ସିଦ୍ଧାର୍ଥଙ୍କୁ ଟକ୍କର ଦେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *