ଲୋକସଭା ନିର୍ବାଚନ ଲଢିବେ ଅଭିନେତା ମନୋଜ ମିଶ୍ର

ଲୋକସଭା ନିର୍ବାଚନ ଲଢିବେ ଅଭିନେତା ମନୋଜ ମିଶ୍ର

ଖୁବଶୀଘ୍ର ନିର୍ବାଚନ ମୈଦାନକୁ ଓହ୍ଲାଇବେ ଓଡିଆ ଚଳଚ୍ଚିତ୍ର ଜଗତର ଅଭିନେତା ମନୋଜ ମିଶ୍ର । କଂଗ୍ରେସର ହାତ ଧରିବା ପରେ ଚଳଚ୍ଚିତ୍ର ମଇଦାନରୁ ବର୍ତ୍ତମାନ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ମନୋଜ । ଗତ ୬ ମାସ ହେଲା ଚଳଚ୍ଚିତ୍ର ବିବାଦକୁ କେନ୍ଦ୍ର କରି ଚର୍ଚ୍ଚାରେ ରହିଆସୁଥିବା ମନୋଜ ଏବେ ସାରା ଓଡିଶାରେ ଏକ ପରିଚିତ ନାଁ ହୋଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେବା ପରେ ଆଗାମୀ ନିର୍ବାଚନରେ ତାଙ୍କର ସମ୍ଭାବ୍ୟ ଭୂମିକାକୁ ନେଇ ଆଲୋଚନା ସରଗରମ ହେଲାଣି । ଏଭଳି ସ୍ଥିତିରେ ସେ ପଶ୍ଚିମ ଓଡିଶାର କୌଣସି ଲୋକସଭା ଆସନକୁ ନେଇ ବେଶ୍ ଆଶାବାଦୀ ଥିବା ଚର୍ଚ୍ଚା ହେଉଛି । ଏପିରକି ସେ ଟିକେଟ୍ ପାଇଁ ପରୋକ୍ଷରେ ଇସାରା ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦଳ ତାଙ୍କୁ କେଉଁ ଦାୟିତ୍ୱ ଦେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ମନୋଜ ଲୋକସଭା ଆସନ ପାଇଁ ଇଚ୍ଛୁକ ଥିବା ପରୋକ୍ଷରେ କହିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଓଡିଶା ଅପେକ୍ଷା ଜାତୀୟ ସ୍ତରରେ ତାଙ୍କୁ ଅଧିକ ଲୋକ ଜାଣିଛନ୍ତି । ଲୋକସଭା ଗଲେ ସେ ରାଜ୍ୟ ପାଇଁ ବିଶେଷ କରି ପଶ୍ଚିମ ଓଡିଶାର ହକ୍ ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ସେ କେଉଁ ଆସନ ପାଇଁ ଲଢିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ମନୋଜ ବଲାଙ୍ଗୀର ଆସନରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ସମସ୍ତଙ୍କୁ ଜଣା । ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ରାଜନୀତିକୁ ଆସିଛନ୍ତି । ତାଙ୍କ ବିବାଦ ସମୟରେ ବଲାଙ୍ଗୀରରୁ ତାଙ୍କୁ ଅନେକ ସପୋର୍ଟ ମିଳିଛି । ତେଣୁ ଦଳ ଯଦି ତାଙ୍କୁ ଟିକେଟ ଦିଏ ତେବେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ଆଗଭଳି ଭଲପାଇବା ଓ ସମର୍ଥନ ମିଳିବ ବୋଲି ମନୋଜ ଆଶା ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *