ବିଧାୟକଙ୍କ ଘରେ ଇଡି ତନାଘନା । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ । ଭଦ୍ରକ ସହରର ୪ଟି ସ୍ଥାନରେ ଚଢଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ । ସକାଳ ସମୟରୁ ବର୍ତ୍ତମାନ ସୁଦ୍ଧା ବିଧାୟକଙ୍କ ସମ୍ପର୍କୀତ ୧୦ଟି ସ୍ଥାନରେ ତନାଘନା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଏକ ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିଲା, ଯାହାକୁ ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲେ ବି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ଏହି ମାମଲା କ୍ରମେ ଇଡି ହାତକୁ ଆସିଥିଲା । ଏହି ମାମଲାକୁ ନେଇ ଆଜି ଇଡି ରେଡ୍ ଆରମ୍ଭ କରିଛି । ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହେଉଥିବା ଜଣାପଡିଛି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024