ଦଳ ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ !

ଦଳ ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ !

ନା ମିଳିଲା ଲୋକସଭା ନା ମିଳିଲା ରାଜ୍ୟସଭା । ପ୍ରତିଶ୍ରୁତି ଦେଇ ଭୁଲିଗଲେ ବିଜେଡି ସୁପ୍ରିମୋ । ଭୁବନେଶ୍ୱର ଲୋକସଭା ପାଇଁ ଆସାୟୀ ଥିଲେ ବାବା ପ୍ରସନ୍ନ ପାଟ୍ଟଶାଣୀ, ସେଇଟା ତ ମିଳିଲା ନାହିଁ ତା ସାଙ୍ଗକୁ ରାଜ୍ୟସଭା ମଧ୍ୟ ଗଲା । ରାଜ୍ୟସଭା ପାଇଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ତୃତୀୟ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପରେ ଦଳ ଉପରେ ସଂପୂର୍ଣ୍ଣ ଅସନ୍ତୋଷ ଅଛନ୍ତି ପ୍ରସନ୍ନ ।  ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ନେତା ସାଙ୍ଗକୁ, ଦୀର୍ଘ ଚାରି ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଏବଂ ପାଞ୍ଚଥରର ସାଂସଦ ବାବା ପ୍ରସନ୍ନ ।  ତେବେ 24ରେ ବାବାଙ୍କ ଗତି କୁଆଡେ ଲୋକସଭା ଆଉ ରାଜ୍ୟସଭା ଉଭୟ ହାତରୁ ଗଲା । ଏବେ କଣ ବିଧାନସଭା ଆଡକୁ ମୁହାଁଇବେ କି ପ୍ରସନ୍ନ । କଥା ଦେଇ କଥା ରଖିଲେନି ବିଜେଡି ସୁପ୍ରିମୋ । ତେବେ ବିଜୁ ଜନତା ଦଳର ଏପରି ନିଷ୍ପତ୍ତିରେ ଆଗକୁ କଣ ରହିବ ପ୍ରସନ୍ନଙ୍କ ଆଭିମୁଖ୍ୟ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *