ଆଜିଠୁ ଆରମ୍ଭ ରାଜଧାନୀ ପ୍ରସିଦ୍ଧ ଖଣ୍ଡଗିରି ମେଳା

 ଆଜିଠୁ ଆରମ୍ଭ ରାଜଧାନୀ ପ୍ରସିଦ୍ଧ ଖଣ୍ଡଗିରି ମେଳା

ମନ୍ତ୍ରୋଚାରଣରେ କମ୍ପିଲାଣି ଖଣ୍ଡଗିରି । ମାଘ ସପ୍ତମୀ ଅବସରରେ ଆଜିଠାରୁ ଓଡିଶା ପ୍ରସିଦ୍ଧ ଖଣ୍ଡଗିରି ମେଳା ଆରମ୍ଭ ହୋଇଯାଇଛି । 9ଦିନ ଧରି ସାଧୁସନ୍ତଙ୍କ ଆଗମନ ସହ ମନ୍ତ୍ରୋଚାରଣରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ପ୍ରବଳ ଜନସମାଗମ ମଧ୍ୟ ଦେଖିବାକୁ ମିଳିଛି । ସାଧୁମୟ ହୋଇଛି ଖଣ୍ଡିଗିରି, ନାଗା, ବୈଷ୍ଣବ, ଗୌଡୀୟ ବାବାମାନଙ୍କ ସମାଗମ ହୋଇଛି । ରାଜ୍ୟର ସବୁଠାରୁ ପ୍ରସିଦ୍ଧ ମେଳା କୁହାଯାଉଥିବା ଖଣ୍ଡଗିରି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଗାଡ଼ି ପାର୍କିଂ ଠାରୁ ଆରମ୍ଭ କରି ଶୌଚାଳୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ସେପଟେ ଖଣ୍ଡଗିରି ମେଳା ଅବସରରେ ୯ଦିନ ଧରି ଅପେରା ଲଢେଇର ମଜା ଉଠାଇବେ ରାଜଧାନୀ ବାସୀ । ପ୍ରତ୍ୟେକ ବର୍ଷ କୌଣସି ନା କୌଣସି କାରଣରୁ ଯାତ୍ରାକୁ ନେଇ ବିବାଦ ସୃଷ୍ଟି ହେଉଥିବାକୁ ଏଥର କଡା ନିର୍ଦ୍ଦେଶନାମା ଜାରି କରିଛି ପ୍ରଶାସନ । କୌଣସି ବି ଯାତ୍ରା ପାର୍ଟି ପକ୍ଷରୁ ଏଥର ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ । ଏପରି ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

author

Related Articles

Leave a Reply

Your email address will not be published. Required fields are marked *