ନିର୍ବାଚନରେ ପ୍ରଭାବ ପକାଇବ କି ଅସିଦ୍ଧ ନିର୍ବାଚନୀ ବଣ୍ଡ ?

ନିର୍ବାଚନରେ ପ୍ରଭାବ ପକାଇବ କି ଅସିଦ୍ଧ ନିର୍ବାଚନୀ ବଣ୍ଡ ?

ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ବଣ୍ଡ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ୨୦୧୭ରେ କେନ୍ଦ୍ର ସରକାର ଏହି ନିର୍ବାଚନୀ ବଣ୍ଡ ଆଣିଥିଲେ ।  ତେବେ ଏହା କେତେ ମାତ୍ରାରେ ନିର୍ବାଚନକୁ ପ୍ରଭାବିତ କରିବ ସେ ନେଇ ଚର୍ଚ୍ଚା । କାରଣ ନିର୍ବାଚନ ବେଳେ ଦଳ ଏବଂ ରାଜନେତା ଯେଉଁ ଖର୍ଚ୍ଚ କରନ୍ତି ତାହା ଦଳୀୟ ପାଣ୍ଠିରୁ ଖର୍ଚ୍ଚ ହୁଏ । ଯାହାକୁ ବିଭିନ୍ନ ଲୋକ ଏବଂ କଂପାନୀ ନିର୍ବାଚନୀ ବଣ୍ଡ ଜରିଆରେ ପ୍ରଦାନ କରିଥାନ୍ତି ।

ଏବେ ନିର୍ବାଚନୀ ବଣ୍ଡ ଉପରେ ରୋକ୍ ଲାଗିଥିବାରୁ ଦଳୀୟ ପାଣ୍ଠିକୁ ଟଙ୍କା ଆସିପାରିବ ନାହିଁ । ତେଣୁ ନିର୍ବାଚନରେ ଏହା ପ୍ରଭାବ ପକାଇବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନରେ ମୋଟ୍ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକି ଦେଶର ସବୁଠୁ ବ୍ୟୟବହୁଳ ନିର୍ବାଚନ ବୋଲି କୁହାଯାଏ ।

author

Related Articles

Leave a Reply

Your email address will not be published. Required fields are marked *