ବଢିଲା ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ

ବଢିଲା ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ

ବଢିଲା ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରଶ୍ରମିକ । ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ଯୋଜନାରେ କାମ କରୁଥିବା ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ୧୪୦୦ ଟଙ୍କା ବଦଳରେ ମାସକୁ ପାଇବେ ୨୦୦୦ ଟଙ୍କା । ସେହିପରି କାଯ୍ୟକାଳ ମଧ୍ୟରେ ପାଚିକା ଓ ସହାୟିକାଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୧ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରାଦନ କରାଯିବ ବୋଲି ଘୋଷଣା କରାଯାଇଛି । । ରାଜ୍ୟରେ ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପ୍ରାୟ ୧ ଲକ୍ଷ ୧୦ ହଜାର ପାଚିକା ଓ ସହାୟିକା ଉପକୃତ ହେବେ । ଏଥିପାଇଁ ବର୍ଷକୁ ୭୪ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏହି ବର୍ଦ୍ଧିତ ପାରଶ୍ରମିକ ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ଲାଗୁ କରାଯିବ । ଏହା ସହ ଯଦି ପାଚିକା ଓ ସହାୟିକା ସେମାନଙ୍କ କାର‌୍ୟ୍ୟକାଳ ମଧ୍ୟରେ ମୃତ୍ୟୁବରଣ କରନ୍ତି, ତେବେ ସେମାନଙ୍କ ନିକଟ ସଂପର୍କୀୟଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ।

author

Related Articles

Leave a Reply

Your email address will not be published. Required fields are marked *