ଏବେଠୁ ଦାଉ ସାଜିଲାଣି ଖରା; ସବୁଠୁ ଉତ୍ତପ୍ତ ରାଜଧାନୀ ଭୁବନେଶ୍ୱର

ଏବେଠୁ ଦାଉ ସାଜିଲାଣି ଖରା; ସବୁଠୁ ଉତ୍ତପ୍ତ ରାଜଧାନୀ ଭୁବନେଶ୍ୱର

ଏବେଠୁ ଦାଉ ସାଜିଲାଣି ଖରା । ବୈଶାଖ ଓ ଜ୍ୟେଷ୍ଠ ମାସ ଆସିବାକୁ ଆହୁରି ଦୁଇରୁ ଅଢେଇ ମାସ ବାକି ଅଛି । କିନ୍ତୁ ଏବେଠୁ ଦାଉ ସାଜିଲାଣି ଖରା । ଆଜି ରାଜ୍ୟର ୧୫ଟି ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ବା ତା ଉପରେ ରେକର୍ଡ ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୧୫ଟି ସହର ମଧ୍ୟରୁ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହି ସୂଚନା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ।


ଭୁବନେଶ୍ୱର ତଳକୁ ରହିଛି ବୌଦ୍ଧ ଜିଲ୍ଲା । ଏଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି।ଅନ୍ୟପକ୍ଷରେ କଟକରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୭ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *