ଓଡିଶାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଓଡିଶାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

ଓଡିଶାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ରରେ ଆସି ନବରଙ୍ଗପୁରରେ ପହଁଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ନବରଙ୍ଗପୁରରେ ବିଜେପିର କୋର କମିଟି ବୈଠକରେ ଯୋଗ ଦେଲେ ରାଜନାଥ । ଜନସଭା ପରେ କର୍ମୀଙ୍କୁ ୨୦୨୪ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ରାଜନାଥ । ସଭା ଶେଷ ହେବା ପରେ ବ୍ରହ୍ମପୁର ଓ ମୟୂରଭଞ୍ଜରେ ମଧ୍ୟ ଦଳୀୟ କାର‌୍ୟ୍ୟକ୍ରମରେ ଯୋଗ ଦେବେ ରାଜନାଥ । ।କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦଳ କିପରି ଭଲ ପ୍ରଦର୍ଶନ କରିବ, କ’ଣ ରହିବ ରଣନୀତି, ସେ ସଂପର୍କରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ ରାଜନାଥ । ଏହା ପରେ ବ୍ରହ୍ମପୁରରେ ମଧ୍ୟ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ରାଜନାଥ ସିଂହ ସାମିଲ ହେବେ । ଶେଷରେ ବାରିପଦା ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ବିଜେପି କାର‌୍ୟ୍ୟକର୍ତାଙ୍କୁ ଭେଟି ମଧ୍ୟ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *