ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସମନ୍ କଲା ଇଡି

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ସମନ୍ କଲା ଇଡି

ଦିନକୁ ଦିନ ବଢିଚାଲିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଇଡି ପକ୍ଷରୁ ବାରମ୍ବାର ସମନ ପଠାଇବା ପରେ ମଧ୍ୟ ଇଡି କାଯ୍ୟାଳୟରେ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତଥାପି ଇଡି ତାଙ୍କୁ ବାରମ୍ବାର ସମନ୍ ପଠାଉଛି । ଏଯାବତ୍ କେଜ୍ରିୱାଲଙ୍କୁ ସପ୍ତମ ଥର ସମନ ପଠାଇଛି ଇଡି । ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ଥର ପାଇଁ ସମନ ଜାରି କରିଛି। ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଟି ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି। ସମନକୁ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର କହିଛନ୍ତି କେଜ୍ରିୱାଲ। ବାରମ୍ବାର ସମନ ପଠାଇବା ପରେ ବି ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା।

author

Related Articles

Leave a Reply

Your email address will not be published. Required fields are marked *