ଆଜିଠାରୁ ସ୍ୱୟମ ଆବେଦନ

ଆଜିଠାରୁ ସ୍ୱୟମ ଆବେଦନ

ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ସେଥିପାଇଁ  ଆଜିଠାରୁ ‘ସ୍ୱୟମ୍’ ଆବେଦନ ଆରମ୍ଭ ହୋଇଯାଇଛି । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *