କମିବ ଦିନର ତାପମାତ୍ରା

କମିବ ଦିନର ତାପମାତ୍ରା

ଶୀତଦିନ ନ ସରୁଣୁ ଖରା ତାର ପ୍ରକୋପ ଦେଖାଇଲାଣି । କିନ୍ତୁ ଆଜିଠାରୁ ଦିନର ତାପମାତ୍ରା କମିବ ।ମାଘରେ ଗ୍ରୀଷ୍ମ ଅନୁଭୁତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବ । ସାମୁଦ୍ରିକ ବାୟୁ ଚଳାଚଳରେ ପରିବର୍ତନ ହୋଇଛି । ଗତକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ସମୁଦ୍ର ଆଡୁ ୧୨ରୁ ୧୫ କିଲୋମିଟର ବେଗରେ ପବନ ବହୁଥିବାରୁ ତାପମାତ୍ରା କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି । ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ଆଜି ଉତ୍ତର ଉପକୂଳ କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *