ପାକିସ୍ତାନକୁ ଇରାନର କଡା ଜବାବ

ପାକିସ୍ତାନକୁ ଇରାନର କଡା ଜବାବ

ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ । ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଇରାନ ଏଭଳି ଜବାବ ଦେଇଛି ।ପାକିସ୍ତାନ ମାଟିରେ ପଶି ଜୈଶ-ଅଲ-ଅଦଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଇସ୍ମାଇଲ୍ ଶାହବକ୍ସ ଓ ତାର କିଛି ସହଯୋଗୀଙ୍କୁ ନିପାତ କରିଛନ୍ତି ଇରାନର ସ୍ୱତନ୍ତ୍ର ଫୋର୍ସ । ଏନେଇ ଇରାନର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜୈଶ-ଅଲ-ଅଦଲ ସଂଗଠନ ୨୦୧୨ ମସିହାରେ ଗଠନ ହୋଇଥବା ବେଳେ ଏହା ଇରାନର ଦକ୍ଷିଣ ପୂର୍ବ ସିସ୍ତାନ-ବାଲୁଚିସ୍ତାନରେ ସକ୍ରିୟ ରହିଛି । ଏହାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଇରାନ ।

author

Related Articles

Leave a Reply

Your email address will not be published. Required fields are marked *