ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ବିଭ୍ରାଟକୁ ନେଇ ତେଜିଲା ରାଜନୀତି

ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ବିଭ୍ରାଟକୁ ନେଇ ତେଜିଲା ରାଜନୀତି

ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ବିଭ୍ରାଟକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକରାଙ୍କ ଉପରେ ବର୍ଷିଲେ ବିଜେପି ଯୁବ ମୋର୍ଚ୍ଚା । ପ୍ରେସମିଟ୍ ଜରିଆରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ନିଜ ବ୍ୟବସ୍ଥାରେ ଥିବା ଲୋକଙ୍କୁ ଗଣଶିକ୍ଷା ମନ୍ତ୍ରୀ ଧରିପାରୁନାହାନ୍ତି ବୋଲି କହିଛି ବିଜେପି । ଏହା ସହ ଯଦି ମନ୍ତ୍ରୀ ଇସ୍ତଫା ନଦେଲେ ତେବେ ତାଙ୍କ ବାସଭବନ ଘେରାଓ କରିବା ସହ ଆନ୍ଦୋଳନର ଚେତାବନୀ ଦେଇଛି ଦଳ । ସେପଟେ ପରୀକ୍ଷାରେ ସ୍ୱଚ୍ଛତାର କଥା କହି ଅଭିଭାବକଙ୍କୁ ସରକାର ଭୁଆଁ ବୁଲାଉଥିବା କହିଛି କଂଗ୍ରେସ । ଏବଂ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଲୋକଙ୍କ ଉପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଛି ଦଳ ।

author

Related Articles

Leave a Reply

Your email address will not be published. Required fields are marked *