ଖୁବଶୀଘ୍ର ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି

ଖୁବଶୀଘ୍ର ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି

ଖୁବଶୀଘ୍ର ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି । ୧୦୦ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା ବେଳେ ଘୋଷଣା ପାଇଁ ଔପଚାରିକତା ବାକି ଥିବା ସୂଚନା ମିଳିଛି । ଆସନ୍ତା ସପ୍ତାହରେ ଏହି ୧୦୦ ପ୍ରାର୍ଥୀଙ୍କ ନାଁ ବିଜେପି ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ରହିପାରନ୍ତି । ମୋଦୀ ପୁଣି ବାରଣାସୀ ଲୋକସଭା ଆସନରୁ ଏବଂ ଶାହା ପୁଣି ଗାନ୍ଧୀନଗର ଆସନରୁ ଏଥର ନିର୍ବାଚନ ଲଢିପାରନ୍ତି । ତେବେ ଆସନ ଭାଗବଣ୍ଟା ନେଇ ଆସନ୍ତା ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଯେଉଁ ୧୬୦ ଆସନରେ ଦଳର ଦୁର୍ବଳତା ରହିଛି ତାହା ଉପରେ ଆଲୋଚନା କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *