ବଜାରରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ

 ବଜାରରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ

ରାଜ୍ୟରେ ବା ରାଜ୍ୟ ବାହାରେ ଗଞ୍ଜେଇ ଚୋରା ଚାଲାଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପାନ ଦୋକାନରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ । ପୋଲିସ ଏବେ ଏହି ଗଞ୍ଜେଇ ବେପାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ଅନନ୍ତ ବାରିକ । ହାଇଦ୍ରାବାଦର ବାଲାନଗର ଅଞ୍ଚଳରୁ ଅନନ୍ତ ବାରିକକୁ ପୋଲିସ ଗିରଫ କରିଛି ।୧୪୦ଟି ଗଞ୍ଜେଇ ଚକୋଲେଟ୍ ପୋଲିସ ଅନନ୍ତଙ୍କ ନିକଟରୁ ଜବତ ହୋଇଛି । ସେହିପରି ଅନ୍ୟ ଜଣେ ବ୍ୟକ୍ତି ସୌମ୍ୟ ମଲ୍ଲିକଙ୍କଠାରୁ ୪ କିଲୋ ଗଞ୍ଜେଇ ଜବତ ହୋଇଛି । କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଗଞ୍ଜେଇ ଚକୋଲେଟ ଆଦୃତ ବୋଲି ଜଣାପଡିଛି । ଯାହା ଚାରମିନାର ଗୋଲ୍ଡ ମୁନାକ୍କା ନାମରେ ପରିଚିତ । ୨୦ ଟଙ୍କାରେ ୫ ଗ୍ରାମର ଚକୋଲେଟ୍ ବିକ୍ରି ହେଉଛି । ଏହି ସବୁ ଚକୋଲେଟ ବାଲେଶ୍ୱରରେ ତିଆରି ହେଉଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *