ଚାଲିଛି ପରୀକ୍ଷା ଭାଇରାଲ ହେଉଛି ପ୍ରଶ୍ନପତ୍ର

ଚାଲିଛି ପରୀକ୍ଷା ଭାଇରାଲ ହେଉଛି ପ୍ରଶ୍ନପତ୍ର

ଚାଲିଛି ବୋର୍ଡ ପରୀକ୍ଷା । ଭାଇରାଲ ହେଉଛି ପ୍ରଶ୍ନପତ୍ର । ଇଂରାଜୀ ପରେ ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ପ୍ରଶ୍ନ ସାଙ୍ଗକୁ ଉତ୍ତର ମଧ୍ୟ ରହିଛି । ଗଣିତ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବାର ଦେଖିବାକୁ ମିଳିଛି ।ଆଜି ଗଣିତ ପରୀକ୍ଷାରେ ଏହି ସବୁ ପ୍ରଶ୍ନ ପଡିଛି କି ନାହିଁ ତାହା ପରୀକ୍ଷା ସରିବା ପରେ ଜଣାପଡ଼ିବ । ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । କେନ୍ଦୁଝରରୁ ହିଁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକକୁ ଖଣ୍ଡନ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *