ଟଳମଳ ଭୁବନେଶ୍ୱର ବିଜେଡି !

ଟଳମଳ ଭୁବନେଶ୍ୱର ବିଜେଡି !

ନିର୍ବାଚନ ଯେତିକି ପାଖଉଛି ବିଜେଡି ଅଡୁଆ ସେତିକି ବଢୁଛି । ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି । କୁହାଯାଉଛି ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ବିଜେଡିର ବିଦ୍ରୋହୀ ହୋଇପାରନ୍ତି । ତେବେ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଦୁଇଟି ଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି । ଗୋଟିଏ ପଟେ ଏକାମ୍ର ବିଧାୟକ ଅଶୋକ ପଣ୍ଡା କାରଗିଲ୍ ପଡିଆରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଅନ୍ୟପଟେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଗୋଟିଏ ନିର୍ବାଚନ ମଣ୍ଡଳୀରେ ଅଳ୍ପ ସମୟର ବ୍ୟବଧାନରେ ବିଜେଡିର ଦୁଇ ନେତା ଅଲଗା ଅଲଗା କାର୍ଯ୍ୟକ୍ରମର ଆୟୋଜନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

author

Related Articles

Leave a Reply

Your email address will not be published. Required fields are marked *