ଦଳ ଛାଡିବେ କି ଚିରଞ୍ଜୀବ ବିଶ୍ୱାଳ ?

ଦଳ ଛାଡିବେ କି ଚିରଞ୍ଜୀବ ବିଶ୍ୱାଳ ?

କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ଦ୍ୱନ୍ଦ । ଜଗତସିଂହପୁରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଛନ୍ତି । ବଡ କଥା ହେଉଛି ଏହି କାର୍ଯ୍ୟକ୍ରମରେ ଚିରଞ୍ଜୀବଙ୍କ ଦଳର କୌଣସି ଚିହ୍ନ ବର୍ଣ୍ଣ ନଥିଲା । ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଳେ ସେ ପରୋକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ନିଲମ୍ବନ ପ୍ରତ୍ୟାହାର ପରେ ଦଳ ପାଇଁ କାମ କରିବାକୁ ପିସିସି ସଭାପତି କହିଛନ୍ତି କିନ୍ତୁ କେଉଁ କାରଣରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ବୋଲି ପ୍ରଶ୍ନର ଉତ୍ତର ପାଇ ନାହାନ୍ତି ବୋଲି ଚିରଂଜୀବ କହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ଚିରଞ୍ଜୀବଙ୍କୁ ନେଇ କେଉଁ ମୋଡ ଆସିବ ତାହା ଦେଖିବାକୁ ବାକି ।

author

Related Articles

Leave a Reply

Your email address will not be published. Required fields are marked *