ବିଜେଡି ଶିବିରରେ କମ୍ପନ !

ବିଜେଡି ଶିବିରରେ କମ୍ପନ !

ନିର୍ବାଚନ ତାରିଖ ଘୋଷଣାକୁ ଆଉ ଅଳ୍ପ ଦିନ ବାକି ଅଛି । କିନ୍ତୁ ଏବେଠୁ ହିଁ ଶାସକ ଦଳକୁ ମିଳୁଛି ଗୋଟିଏ ପରେ ଗୋଟିଏ ଝଟକା । ଦଳର ହେଭୱେଟ ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡି ବିରୋଧୀ ଦଳରେ ସାମିଲ ହେଉଛନ୍ତି । ପ୍ରଥମେ ନବୀନଙ୍କର ଏକଦମ୍ ଘନିଷ୍ଠ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳ ଛାଡି ବିଜେପିରେ ମିଶିଥିଲେ । ଆଉ ଏବେ ଯାଜପୁର ଜିଲ୍ଲାର ଟାଣୁଆ ନେତା ତଥା ବରୀର ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ନାୟକ ଶଙ୍ଖ ଛାଡି ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି । ପ୍ରଦୀପଙ୍କ ଭଳି ସେ ମଧ୍ୟ ବିଜେପିରେ ଯୋଗ ଦେଉଦେଉ ଦଳର ସୁପ୍ରିମୋଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ଆଉ ପୂର୍ବ ପରି ନାହାନ୍ତି ବଦଳି ଯାଇଛନ୍ତି ବୋଲି କହିଛନ୍ତି ଦେବାଶିଷ । ତେବେ ସେ ବିଜେପିରେ ଯୋଗ ଦେବା ପରେ ଚର୍ଚ୍ଚା ହେଉଛି କି, ସେ ଆଗାମୀ ନିର୍ବାଚନରେ ବିଜେପିରୁ ବରୀ ଆସନରୁ ଲଢିପାରନ୍ତି । ୨୦୦୦ ମସିହାରୁ ଏହି ଆସନରେ ବିଜେଡି ରାଜ କରୁଥିବା ବେଳେ ଏଠାରେ ଦେବାଶିଷ କିପରି ପଦ୍ମ ଫୁଟାଇବେ ତାହା ଦେଖିବା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *