ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର

ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଆସିଲା ଏକ ଖୁସି ଖବର । ଖୁବଶୀଘ୍ର ବ୍ୟାଙ୍କ ଗୁଡିକରେ ୫ ଦିନିଆ କାଯ୍ୟ ଦିବସ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏଣିକି ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ କେବଳ ୫ଦିନ କାମ କରିବେ । ବ୍ୟାଙ୍କ କର୍ମଚାରୀ ୟୁନିଅନର ମିଳିତ ମଞ୍ଚ ୟୁନାଇଟେଡ୍ ଫୋରମ୍ ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ବ୍ୟାଙ୍କରେ ପାଞ୍ଚ ଦିନିଆ କାର‌୍ୟ୍ୟ ସପ୍ତାହ ବ୍ୟବସ୍ଥା କାର‌୍ୟ୍ୟକାରୀ କରିବାକୁ ଅନୁରୋଧ କରାଯାଇଛି । ଏହାସହ ଏଥିରେ କୁହାଯାଇଛି ଯେ, ସପ୍ତାହକୁ ୫ ଦିନିଆ କାର‌୍ୟ୍ୟ ବ୍ୟବସ୍ଥା କରାଗଲେ ମଧ୍ୟ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଂ ସେବା ସମୟ ସମାନ ରହିବ। ଗ୍ରାହକଙ୍କ ପାଇଁ କୌଣସି ପ୍ରକାର ସମୟ ହ୍ରାସ କରାଯିବ ନାହିଁ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଦାବିର ଅନୁକୂଳ ବିଚାର ପାଇଁ କୃତଜ୍ଞାତା ଜଣାଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *