ଏଥର ପୁରୁଣା ନା ନୂଆ ? କାହାକୁ ସାମ୍ନାକୁ ଆଣିବେ ୩ ଦଳ ?

ଏଥର ପୁରୁଣା ନା ନୂଆ ? କାହାକୁ ସାମ୍ନାକୁ ଆଣିବେ ୩ ଦଳ ?

ପୁଣି ଚର୍ଚ୍ଚାରେ ଭଦ୍ରକ ଲୋକସଭା ଆସନ । ଏଥର ପୁରୁଣା ନା ନୂଆ ? କାହାକୁ ସାମ୍ନାକୁ ଆଣିବେ ୩ ଦଳ । ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଥର ୩ ନୂଆ ମୁଁହଙ୍କ ମଧ୍ୟରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିଥିଲା । ଆଉ ଏଥର ମଧ୍ୟ ସେଭଳି କିଛି ରୋଚକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଲୋଚନା ଜୋର ଧରିଛି । ଉତ୍ତର-ପୂର୍ବ ଓଡିଶାର ଏହି ଲୋକସଭା ଆସନ ଉପରେ ୩ ଦଳର ଫୋକସ ରହିଛି । କୁହାଯାଉଛି ଯଦି ବିଜେଡି ଏଥର ମଞ୍ଜୁଲତା ମଣ୍ଡଳଙ୍କୁ ରିପିଟ୍ ନକରେ ତେବେ ତାଙ୍କ ବଦଳରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିପାରେ । ସେହିପରି ବିରୋଧୀ ଦଳର ପ୍ରାର୍ଥୀ ଭାବେ ବିଜେପିର ଅଭିମନ୍ୟୁ ସେଠୀ ଙ୍କ ବ୍ୟତୀତ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହିଛି । ଚର୍ଚ୍ଚା ହେଉଛି କି ଦଳ ଅଭିମନ୍ୟୁଙ୍କୁ ବିଧାନସଭା ପ୍ରାର୍ଥୀ କରି ସୂର୍ଯ୍ୟବଂଶୀଙ୍କୁ ଲୋକସଭା ପଠାଇବାର ଯୋଜନା କରୁଛି । ସେପଟେ କଂଗ୍ରେସର ମଧୁମିତା ସେଠୀଙ୍କ ସହ ପିସିସି ସାଧାରଣ ସମ୍ପାଦକ ମନୋଜ କୁମାର ଜେନା ମଧ୍ୟ ଚର୍ଚ୍ଚାର ଘେରକୁ ଆସିଛନ୍ତି । ତେବେ ସବୁଠୁ ବଡ କଥା ହେଲା ଶାସକ ଦଳ ଏହି ସଂସଦୀୟ କ୍ଷେତ୍ରରୁ ଲଗାତାର ଜିତି ଆସୁଥିବା ବେଳେ କଂଗ୍ରେସର ମଧ୍ୟ ଏଠାରେ ବେଶ୍ ଦବଦବା ଥିଲା । କିନ୍ତୁ ଗତ ନିର୍ବାଚନରେ ବିଜେପି କଂଗ୍ରେସକୁ ଧୂଳି ଚଟାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଏହାସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହା ଉପରେ ବିଜେପିର ମୁଖ୍ୟ ଫୋକସ୍ ରହିଛି । ତେବେ ଦେଖାଯାଉ ଦଶନ୍ଧି ଦଶନ୍ଧି ଧରି ଯେଉଁ ଆସନରେ ବିଜେଡିର ରାଜ ଚାଲିଆସିଛି ସେଠାରେ ବିଜେପି କିପରି ତାର ଆଧିପତ୍ୟ ବିସ୍ତାର କରୁଛି ।

author

Related Articles

Leave a Reply

Your email address will not be published. Required fields are marked *