ପୁଣିଥରେ ଲୋକସଭା ଲଢିବେ ସପ୍ତଗିରି ଉଲକା

ପୁଣିଥରେ ଲୋକସଭା ଲଢିବେ ସପ୍ତଗିରି ଉଲକା

କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କୁ ନେଇ ଦ୍ୱନ୍ଦ । କୋରାପୁଟ ଲୋକସଭା ଆସନ ପାଇଁ କଂଗ୍ରେସରୁ ବହୁ ଆସାୟୀ ପ୍ରାର୍ଥୀ ରହିଥିବା ବେଳେ କିଏ ଏହି ଆସନ ପାଇଁ ପ୍ରାର୍ଥୀ ହେବ ସେ ନେଇ ଦ୍ୱନ୍ଦ ଦେଖାଦେଇଛି । ତେବେ ବୁଧବାର ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିଛନ୍ତି ସପ୍ତଗିରି । ଆସନ୍ତା ନିର୍ବାଚନ ପ୍ରଚାର ପାଇଁ ଖାର୍ଗେ ରାୟଗଡ଼ା ଓ କୋରାପୁଟ ଜିଲା ଗସ୍ତରେ ଆସିବା ପାଇଁ ସପ୍ତଗିରି ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଚର୍ଚ୍ଚା ହେଉଛି କି ସପ୍ତଗିରିଙ୍କୁ ଦଳ ପୁଣି ରିପିଟ୍‌ କରିପାରେ । ଯେଉଁମାନେ ଅନ୍‌ଲାଇନ ଆବେଦନ କରିଥିଲେ, ସମସ୍ତଙ୍କୁ ପଛରେ ପକାଇ ସପ୍ତଗିରିଙ୍କ ଉପରେ ଦଳୀୟ ହାଇକମାଣ୍ଡ ମୋହର ଲଗାଇଥିବା ଚର୍ଚ୍ଚା ହେଉଛି। ତେବେ ଆଗକୁ ସପ୍ତଗିରିଙ୍କୁ ନେଇ କଣ ହେବ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ତାହା ଦେଖିବାକୁ ବାକି ।

author

Related Articles

Leave a Reply

Your email address will not be published. Required fields are marked *