ବିଜେପି ନେତାଙ୍କୁ ହତ୍ୟା । ଛତିଶଗଡର ବିଜାପୁରରେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତୋୟନାର ଅଞ୍ଚଳରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ଅଟକାଇଥିଲେ ମାଓବାଦୀ । ପରେ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଛି । ଏହି ବର୍ବରକାଣ୍ଡ ପରେ ଛତିଶଗଡ଼ରେ ପୁଣି ମାଓବାଦୀଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ଏହାର ତଦନ୍ତ କରୁଛି ପୋଲିସ ।
You can share this post!
author