ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣା ପଛର ସତ

ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣା ପଛର ସତ

ସାମ୍ନାକୁ ଆସିଲା ଆନ୍ଧ୍ରପ୍ରଦେଶ ଟ୍ରେନ ଦୁର୍ଘଟଣା ପଛର ସତ । ଲୋକୋ ପାଇଲଟଙ୍କ ଭୁଲ୍ ଯୋଗୁଁ ୧୪ ଜଣଙ୍କ ଜୀବନ ଅକାରଣରେ ଚାଲିଯାଇଛି । । ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖି ଟ୍ରେନ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହାୱଡା-ଚେନ୍ନାଇ ରୁଟରେ ହୋଇଥିଲା ବଡ଼ ଧରଣର ରେଳ ଦୁର୍ଘଟଣା । ବିଶାଖାପଟନମ୍ ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର । ଏହି ଦୁର୍ଘଟଣାରେ ଲୋକ ପାଇଲଟ ଏବଂ ତାଙ୍କ ସହଯୋଗୀଙ୍କ ସହ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ତେବେ ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖି ଟ୍ରେନ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

author

Related Articles

Leave a Reply

Your email address will not be published. Required fields are marked *