ନୋଟ୍ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୋଟ୍ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୋଟ୍ ଫର୍ ଭୋଟ୍ ମାମଲାରେ ଏକ ବଡ ରାୟ ସାମ୍ନାକୁ ଆସିଛି । ଏଣିକି ଏହି ମାମଲାରେ ଆଉ ଜନପ୍ରତିନଧିଙ୍କୁ ମିଳିବନି ଆଶ୍ୱସ୍ତି । ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଯଦି ବିଧାୟକ ବା ସାଂସଦ ଟଙ୍କା ନେଇ ଗୃହରେ ଅଭିଭାଷଣ ଦିଅନ୍ତି କିମ୍ବା ଭୋଟ ଦିଅନ୍ତି ତାହେଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ । ଅର୍ଥାତ ଏହି ମାମଲାରେ ଏଣିକି ଆଉ ଜନପ୍ରତିନିଧି ମାନଙ୍କୁ ଆଇଗତ ସୁରକ୍ଷା ମିଳିପାରିବ ନାହିଁ । ସୁପ୍ରିମକୋର୍ଟ ୧୯୯୮ରେ ନରସିଂହ ରାଓ ଦେଇଥିବା ନିଷ୍ପତ୍ତିିକୁ ବଦଳାଇଛନ୍ତି । ସେତେବେଳେ ୫ ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ । ଏବେ କିନ୍ତୁ ୭ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ରାୟକୁ ବଦଳାଇଛନ୍ତି । ଏହି ରାୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମର ସୀତା ସୋରେନ୍ଙ୍କୁ ସିଧାସଳଖ ପ୍ରଭାବିତ କରିବ ।

author

Related Articles

Leave a Reply

Your email address will not be published. Required fields are marked *