ଫେବୃୟାରୀ 15ରୁ ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା

ଫେବୃୟାରୀ 15ରୁ ମ୍ୟାଟ୍ରିକ ପରୀକ୍ଷା ଖାତା ଦେଖା

ଫେବ୍ରୁୟାରୀ 20 ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତକାଲି ଶେଷ ହୋଇଛି । ପରୀକ୍ଷା ସରିବା ପରେ ରାଜ୍ୟର ୩୧୩ଟି ନୋଡାଲ ସେଂଟରରୁ ଉତ୍ତରଖାତା ସଂଗ୍ରହ ପାଇଁ ବୋର୍ଡ ପକ୍ଷରୁ ଗଠିତ ଟିମକୁ ପଠାଯାଇଛି । ଆଜି ନୋଡାଲ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ହୋଇ ଆସନ୍ତାକାଲି ସୁଦ୍ଧା ବୋର୍ଡ କାର୍ଯ୍ୟାଳୟରେ ପହଂଚିବ । ମାର୍ଚ୍ଚ ୧୫ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ତେବେ ୧୫ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ ରହିଛି । ୧୫ତାରିଖରୁ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ଉତ୍ତରଖାତା ଗୁଡ଼ିକ ଆସନ୍ତା ୧୩ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଗୁଡ଼ିକୁ ପହଞ୍ଚାଇ ଦିଆଯିବ ।

author

Related Articles

Leave a Reply

Your email address will not be published. Required fields are marked *