ରାଜ୍ୟରେ ୩୮ଡ଼ିଗ୍ରୀ ଟପିଲା ପାରଦ

ରାଜ୍ୟରେ ୩୮ଡ଼ିଗ୍ରୀ ଟପିଲା ପାରଦ

ରାଜ୍ୟରେ ବଢୁଛି ତାପମାତ୍ରା । ୩୮ ଡିଗ୍ରୀ ଟପିଲା ପାରଦ । ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୩୬.୯ ଡିଗ୍ରୀ, ଝାରସୁଗୁଡାରେ ୩୬.୮, ମାଲକାନାଗିରିରେ ୩୬.୭ ଓ ଟିଟିଲାଗଡରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି । ଯାହାର ପ୍ରଭାବରେ ଆଗାମୀ ୩ରୁ ୪ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏ ବୃଦ୍ଧିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *