ଖୁବଶୀଘ୍ର ଘୋଷଣା ହେବ ଦୁଇ ଦଳଙ୍କ ମେଣ୍ଟ

ଖୁବଶୀଘ୍ର ଘୋଷଣା ହେବ ଦୁଇ ଦଳଙ୍କ ମେଣ୍ଟ

ନିର୍ବାଚନକୁ ଦିନ କେଇଟା ବାକିଥିବା ବେଳେ ରାଜନୀତିକୁ ନେଇ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ବୁଧବାର ଦୁଇ ଦଳଙ୍କର ଅଚାନକ ବୈଠକ ବସିବା ପରେ ମେଣ୍ଟକୁ ନେଇ ହେଉଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଏହି ବୈଠକ । ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଲେ କିପରି ହେବ ଆସନ ବୁଝାମଣା । ସୂଚନା ଅନୁସାରେ ଲୋକସଭାରେ ବିଜେଡି ୭ଟି ଆସନରେ ଲଢି ୧୪ଟି ଲୋକସଭା ଆସନ ବିଜେପିକୁ ଛାଡିପାରେ । ସେହିପରି ବିଧାନସଭାରେ ବିଜେଡି ଅତିକମରେ ୧୦୨ ଆସନ ନିଜ ପାଖରେ ରଖିପାରେ । ଆଉ ୪୫ଟି ଆସନ ବିଜେପିକୁ ଦେଇପାରେ । ମେଣ୍ଟ ଘୋଷଣା ହେବା ପରେ କିଏ କେତେ ଆସନରେ ଲଢିବେ ତା’ର ସ୍ପଷ୍ଟ ସୂଚନା ମଧ୍ୟ ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *