ଖେଳାଳିଙ୍କ ପାଇଁ ଖୁସି ଖବର… କେନ୍ଦ୍ର କ୍ରୀଡାବିତଙ୍କ ବଡ ଘୋଷଣା

ଖେଳାଳିଙ୍କ ପାଇଁ ଖୁସି ଖବର… କେନ୍ଦ୍ର କ୍ରୀଡାବିତଙ୍କ ବଡ ଘୋଷଣା

ଖେଳାଳିଙ୍କ ପାଇଁ ବଡ ଘୋଷଣା । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଖେଳାଳିଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଖେଲୋ ଇଣ୍ଡିଆରେ ଭାଗ ନେଇ ମେଡାଲ ଜିତିଥିବା କ୍ରୀଡାବିତଙ୍କୁ ସରକାରୀ ଚାକିରୀ ମିଳିବ ବୋଲି ଅନୁରାଗ ଠାକୁର ଘୋଷଣା କରିଛନ୍ତି । ଆଜିଠାରୁ ବିଦ୍ଧିବିଦ୍ଧ ଭାବେ ଖେଲୋ ଇଣ୍ଡିଆ କ୍ରୀଡାବିତ୍ ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ । ପୂର୍ବରୁ କେବଳ ଦେଶ ଲାଗି ପ୍ରତିନିଧିତ୍ବ କରି ମେଡାଲ ଆଣିଥିବା କ୍ରୀଡବିତ୍ ସରକାରୀ ନିଯୁକ୍ତି ପାଉଥିଲେ । ତେବେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନଦେବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେବା ପରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏହି ଘୋଷଣା କରିଛି । ଖେଲୋ ଇଣ୍ଡିଆ କ୍ରୀଡ଼ାବିତଙ୍କ ସମେତ ବିଶ୍ବବିଦ୍ୟାଳୟ ସ୍ତରରେ ବି କ୍ରୀଡାବିତ୍ ସରକରୀ ଚାକିରି ଲାଗି ଯୋଗ୍ୟ ହେବେ। ସେହପରି ପାରା ଆଥଲେଟ୍ ମାନଙ୍କୁ ବି ସରକାରୀ ନିଯୁକ୍ତି ମିଳିବ।

author

Related Articles

Leave a Reply

Your email address will not be published. Required fields are marked *