ବିଜେଡିର ସାଂସଦ ପ୍ରାର୍ଥୀ ହେବେ ଦିଲ୍ଲୀପ ତିର୍କୀ !

ବିଜେଡିର ସାଂସଦ ପ୍ରାର୍ଥୀ ହେବେ ଦିଲ୍ଲୀପ ତିର୍କୀ !

ଚଳିତ ନିର୍ବାଚନରେ ହକି ସଭାପତି ଦିଲୀପ ତିର୍କୀ ବିଜେଡିର ସାଂସଦ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ହଁ ଆଜ୍ଞା ଆକ୍ଟିଭ ମୋଡରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ସାଂସଦ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ସକାଳୁ ସକାଳୁ ସୁନ୍ଦରଗଡ଼ ପୁରୁଣା ବସ ଷ୍ଟାଣ୍ଡ ଚା ଖଟିରେ ବୁଲିବା ସହ ଲୋକଙ୍କୁ ଭେଟି ଭଲ ମନ୍ଦ ପଚାରିଛନ୍ତି ତିର୍କୀ । ସକାଳୁ ସକାଳୁ ଭିନ୍ନ ଅନ୍ଦାଜରେ ଦିଲୀପଙ୍କୁ ଦେଖିବାକୁ ମିଳିଛି । ଚା ଖଟିରେ ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ଏହାପରେ ଭବାନୀ ଭବନ ବହୁମୁଖୀ କ୍ରୀଡ଼ା ପ୍ରକଳ୍ପ ପରିଦର୍ଶନ କରି ସେଠାରେ ଅଭ୍ୟାସ କରୁଥିବା ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ଥିବା ତାଙ୍କର ଏଭଳି ଲୋକଙ୍କ ସହ ମିଶିବା ଘଟଣା ଚର୍ଚ୍ଚାରୁ ଅଧିକ ଖୋରାକ ଯୋଗାଇଛି ।

author

Related Articles

Leave a Reply

Your email address will not be published. Required fields are marked *