ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ; ଶଙ୍ଖ ଫୁଙ୍କିଲେ ଅରବିନ୍ଦ ମହାପାତ୍ର

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ; ଶଙ୍ଖ ଫୁଙ୍କିଲେ ଅରବିନ୍ଦ ମହାପାତ୍ର

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ବିଜେଡିରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଅରବିନ୍ଦ । ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିଛନ୍ତି । ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ କହିଛନ୍ତି, ଆଜି ବହୁତ ଶୁଭ ଦିନ । ଆଜି ବିଜେଡିରେ ଯୋଗ ଦେଇଛି । ଏଭଳି ନିଷ୍ପତ୍ତି ନେବା ପଛର କାରଣ ବାବଦରେ ଅରବିନ୍ଦ କହିଛନ୍ତି, ୨୦୧୯ ପରଠାରୁ ଅନେକ ଦିନ ହେବ ମୁଁ ପାଟକୁରାରେ ବୁଲି ଆସୁଛି । ମୋତେ ଲାଗିଲା ମୋତେ ଏକ ଏଭଳି ମଞ୍ଚ ଦରକାର ଯେଉଁଠି ମୁଁ ପାଟକୁରାର ବିକାଶକୁ ଆଗକୁ ନେଇପାରିବି । ନିଷ୍ପତ୍ତି ନେବା ଆଗରୁ ପାଟକୁରାବାସୀଙ୍କ ସହ ଆଲୋଚନା କରିଛି ଓ ପରାମର୍ଶ ନେଇଛି । ବାପାଙ୍କ ଆଶୀର୍ବାଦ ନେବା ସହ ପାଟକୁରାର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଲି । ପାଟକୁରା,କେନ୍ଦ୍ରାପଡା ଓ ଓଡ଼ିଶାବାସୀଙ୍କ ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେବାକୁ ଇଚ୍ଛାପ୍ରକାଶ କଲି ।ଏଭଳି ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ । ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ ତାହାକୁ ସୁଚାରୁରୂପେ ତୁଲାଇବି ବୋଲି କହିଛନ୍ତି ଅରବିନ୍ଦ ।

author

Related Articles

Leave a Reply

Your email address will not be published. Required fields are marked *