ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଜୋରଦାର

ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଜୋରଦାର

ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ଚାନ୍ଦବାଲିର ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶୈବପୀଠ । ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଦିଗମ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦେବଦେବ ମହାଦେବ । ଚଳିତ ବର୍ଷ ଜାଗରରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ କରାଯିବା ସହ ବୈତରଣୀ ଓ ସାଳନ୍ଦୀ ନଦୀରେ ପଇଁତରା ମାରିବେ ଓଡ୍ରାଫ୍ ଟିମ୍ । ଆସନ୍ତାକାଲି ଭୋର ୪ଟାରୁ ମଙ୍ଗଳ ଆଳତି ଅନୁଷ୍ଠିତ ହେବ । ସକାଳ ୫ଟାରୁ ରାତି ୧୧ଟା ଯାଏ ସାଧାରଣ ଦର୍ଶନ ଚାଲିବ । ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ ।

author

Related Articles

Leave a Reply

Your email address will not be published. Required fields are marked *