ମେଣ୍ଟକୁ ନେଇ ନିଷ୍ପତ୍ତି ନେବେ ନବୀନ

ମେଣ୍ଟକୁ ନେଇ ନିଷ୍ପତ୍ତି ନେବେ ନବୀନ

ବିଜେପି ଓ ବିଜେଡି ମେଣ୍ଟକୁ ନେଇ ସରଗରମ ରାଜ୍ୟ ରାଜନୀତି । ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ସ୍ପଷ୍ଟ କରିଥିଲେ ଯେ, ବିଜେପି ଏକାକୀ ନିର୍ବାଚନ ଲଢିବ । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ଅନ୍ୟପଟେ ଆଜି ବିଜେଡି ବିଧାୟକ ନୃସିଂହ ସାହୁ ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି । ନୃସିଂହ କହିଛନ୍ତି ମେଣ୍ଟ ବାବଦରେ ବିଭିନ୍ନ ଚର୍ଚ୍ଚା ହେଉଛି । ମେଣ୍ଟ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନେବେ ଦଳ ତାହା ମାନିବ । ଯେଉଁ ମାନେ ବିଜେଡ଼ି ପ୍ରତି ବିଶ୍ଵସ୍ତ ସେମାନେ ଦଳରେ ରହିବେ । ସେ ଏହାମଧ୍ୟ କହିଛନ୍ତି, ମେଣ୍ଟ ହେଉ କି ନହେଉ ବିଜେଡି ୧୧୦ରୁ ଅଧିକ ଆସନରେ ଜିତିବ ।

author

Related Articles

Leave a Reply

Your email address will not be published. Required fields are marked *