ଏଣିକି ତାତିରୁ ଆଉ ନିସ୍ତାର ମିଳିବନି

ଏଣିକି ତାତିରୁ ଆଉ ନିସ୍ତାର ମିଳିବନି

ଏଣିକି ତାତିରୁ ଆଉ ନିସ୍ତାର ନାହିଁ । ଆଗକୁ ଆହୁରି ବଢିବ ତାପମାତ୍ରା । ଆସନ୍ତା ୧୨ ତାରିଖରୁ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଖାଲି ଦିନ ନୁହେଁ ରାତି ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୨ରୁ ୧୩ ତାରିଖ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ । ୧୨ରୁ ୧୪ ତାରିଖ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ଦକ୍ଷିଣ ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହିତ ହେବାର ଥିବାରୁ ୧୪ ତାରିଖରୁ ରାଜ୍ୟ ତାପମାତ୍ରା ବଢିବାରେ ଲାଗିବ ।

author

Related Articles

Leave a Reply

Your email address will not be published. Required fields are marked *