କାହିଁକି ଏପରି ନିଷ୍ପତ୍ତି ନେଲେ ଗୋଏଲ?

କାହିଁକି ଏପରି ନିଷ୍ପତ୍ତି ନେଲେ ଗୋଏଲ?

ଆଉ କିଛି ସପ୍ତାହ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା । କିନ୍ତୁ ଠିକ୍ ଏହା ପୂର୍ବରୁ ଭାରତୀୟ ନିର୍ବାଚନ କମିଶନର ଅରୁଣ ଗୋଏଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଠିକ୍ ନିବାଚନ ପୂବରୁ ଗୋଏଲ କାହିଁକି ଏଭଳି ପଦକ୍ଷେପ ନେଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କାରଣ ଗୋଏଲଙ୍କ କାଯ୍ୟକାଳ ସରିବାକୁ ଆହୁରି ୩ ବର୍ଷରୁ ଅଧିକ ସମୟ ରହିଛି । ଏପରିକି ଗତ କିଛି ଦିନ ଧରି ସେ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ନିର୍ବାଚନ ପାଇଁ ସମୀକ୍ଷା ମଧ୍ୟ କରିଆସୁଥିଲେ । ଆଉ ଏବେ ହଠାତ୍ ତାଙ୍କ ଇସ୍ତଫା ରାଜନୀତିରେ ଆଲୋଡନ ସୃଷ୍ଟି କରିଛି । ଗୋଏଲ କୌଣସି ଚାପରେ ନା ଅନ୍ୟ କୌଣସି କାରଣରୁ ଇସ୍ତଫା ଦେଇଛନ୍ତି ତାକୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଲାଗି ରହିଛି ।

author

Related Articles

Leave a Reply

Your email address will not be published. Required fields are marked *