ଯାତ୍ରୀବାହୀ ବସ୍ କୁ ପିଟିଲା ଟ୍ରକ; ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ

ଯାତ୍ରୀବାହୀ ବସ୍ କୁ ପିଟିଲା ଟ୍ରକ; ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ

ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ୍ କୁ ପିଟିଲା ଟ୍ରକ । ଟ୍ରକ ଚାଳକ ଆହତ ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ । ସରକାରୀ ବସଟି ବ୍ରହ୍ମପୁରରୁ ଝାରସୁଗୁଡା ଯାଉଥିଲା । ପୁରୁଣାକଟକ ଡିଗ୍ରୀ କଲେଜ ସମ୍ମୁଖରେ ଦୁର୍ଘଟଣା । ସୂଚନା ଅନୁଯାୟୀ ବ୍ରହ୍ମପୁର ରୁ ଝାରସୁଗୁଡ଼ା ଯାଉଥିବା ସରକାରୀ ବସ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜ ସମ୍ମୁଖରେ ପରିଶ୍ରା କରିବା ପାଇଁ ଅଟକି ଥିଲା । ତେବେ ପଛପଟୁ ରୁ ଦ୍ରୁତ ଗତିରେ ଆସି ଏକ ଟ୍ରକ ବସ କୁ ଧକ୍କା ଦେଇଥିଲା । ଫଳରେ ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଟ୍ରକ ଚାଳକ ମଧ୍ୟ ଆହତ ହୋଇଥିଲା । ଚାରିଛକ ଦମକଳ ବହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା। ଘଟଣା ସ୍ଥଳରେ ପୋଲିସ ପହଂଚି ଟ୍ରକ ଚାଳକକୁ ଅଟକ ରଖିବା ସହ ଯାତ୍ରୀ ମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲା

author

Related Articles

Leave a Reply

Your email address will not be published. Required fields are marked *