କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ

କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ

ଦିନକୁ ଦିନ ଟାଣ ହେଉଛି କଂଗ୍ରେସର ହାତ । ଜଣଙ୍କ ପରେ ଜଣେ ନେତା ଏବେ କଂଗ୍ରେସରେ ସାମିଲ ହେଉଛନ୍ତି । ତିିନି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ରେମୁଣାର ପୂବତନ ସୁଦର୍ଶନ ଜେନା ଆଜି କଂଗ୍ରେସର ହାତ ଧରିଛନ୍ତି । ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ ଦଳରେ ସାମିଲ ହୋଇଛନ୍ତି ସୁଦର୍ଶନ ଜେନା । କଂଗ୍ରେସରେ ଯୋଗ ଦେବା ପରେ ସୁଦର୍ଶନ କହିଛନ୍ତି, ଏ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଆମେ କଂଗ୍ରେସରେ ଯୋଗ ଦେଇଛୁ। ଉଭୟ ବିଜେଡି ଓ ବିଜେପିକୁ ପରାସ୍ତ କରିବା ଆମ ଲକ୍ଷ୍ୟ ହେବ।

author

Related Articles

Leave a Reply

Your email address will not be published. Required fields are marked *