UPI Payments ରେ ଲାଗିବ ଚାର୍ଜ !

UPI Payments ରେ ଲାଗିବ ଚାର୍ଜ !

ଦିନକୁ ଦିନ ବଢିଚାଲିଛି ଡିଜିଟାଲ ପେମେଣ୍ଟର ବ୍ୟବହାର । ସିଧାସଳଖ ଟଙ୍କା ଦେଣନେଣ ନକରି ଡିଜିଟାଲ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବାକୁ ଲୋକେ ପସନ୍ଦ କରୁଛନ୍ତି । ଏଥିପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡୁନଥିବା ବେଳେ ଅତି ସହଜରେ ମାତ୍ର କିଛି ସେକେଣ୍ଡରେ ପେମେଣ୍ଟ ହୋଇପାରୁଛି । ମାତ୍ର ଏବେ ୟୁପିଆଇ ପେମେଣ୍ଟ କଲେ ଏଥିରେ ଫି ଲାଗିବ ବୋଲି ସୂଚନା ମିଳୁଛି । ଯେଉଁଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ପେଟିଏମ ଉପରେ ଆରବିଆଇ ର କାର୍ଯ୍ୟାନୁଷ୍ଠାନ ପରେ ବର୍ତ୍ତମାନ ୟୁପିଆଇ କ୍ଷେତ୍ରରେ ଫୋନ ପେ ଏବଂ ଗୁଗଲ ପେର ଦବଦବା ରହିଛି । କିନ୍ତୁ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଏଥିରେ ଖୁବଶୀଘ୍ର ଚାର୍ଜ ଲାଗିବା ନେଇ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *